"ସମ୍ପର୍କ"
ସମ୍ପର୍କ ର ମୃତ୍ୟୁ ନଥାଏ, ମଣିଷର ଗର୍ବ ଆଉ
ଅହଂକାର, ଏହାକୁ ମାରିଦିଏ,, |
ମୋର ତ ମନେ ନାହିଁ
ଆମେ ପ୍ରେମୀ ଥିଲେ, କି ନଥିଲେ ଜାଣେନା,କିନ୍ତୁ ଏମିତି କାହିଁକି ଲାଗେ,
ତୁମକୁ ଚିହ୍ନିଛି ମୁଁ କେତେ ବରଷ ଆଗରୁ.!
ବରଷ ନୁହେଁ ଗୋ,ଜାଣିଛି ତୁମକୁ ସତେ ସାତ ଜନମରୁ,
ତୁମେ କିବା ବିଶ୍ବାସ କର. ଜନ୍ମ ଜନ୍ମାନ୍ତର କଥା...
ମୁଁ ତ ବିଶ୍ବାସ କରେନି, ହେଲେ ତୁମକୁ ଦେଖିଲା ପରଠୁ,
କାହିଁକି ସବୁ କଥାରେ, ବିଶ୍ବାସ କରିବାକୁ ମନହୁଏ,
ମୋର ତ କିଛି ମନେନାହିଁ,ମନେ ଥିଲେ ତୁମର,
ଖୋଲି କହି ଦିଅ ସବୁ,
''ଶ୍ରାବଣ'
ଶ୍ରାବଣ ଆଜି କୃଷ୍ଣା ସାଜିଛି, ବିରହିଣୀ ଆଖୁ କଜଳ ନେଇ,
ବରଷା ଆଜି ନାୟିକା ସାଜିଛି, ନର୍ତ୍ତକୀ ପାଦ ନୂପୁର ନେଇ,
ମଧୁ ଜିଲ୍ଲାରେ ନୃତ୍ୟ ପ୍ରବୀଣା, ବରଷା ରାଣୀ,
ମେଘ ଡମ୍ବରୁ ଗୁମୁରି ଗାଉଛି. ରାଗ ରାଗିଣୀ,!
ଛମ୍ ଛମା ଛମ୍ ନାଚି ଯାଉଛି ସେ, ନର୍ତ୍ତକୀ ପାଦ ଛନ୍ଦ ନେଇ,
ଶ୍ରାବଣ ଆଜି କୃଷ୍ଣା ସାଜିଛି. ବିରହିଣୀ ଆଖ୍ କଜଳ ନେଇ,
ଛନ୍ଦା ଆଜି ସେ ମଧୁ ଛନ୍ଦାର, ଚୋରାଇ ବାସ,
ହାସ୍ୟମୟୀ ସେ ଅଭିସାରିକାର, ଚୋରାଇ ହସ......
ରିମ୍ ଝିମ୍ ରିମ୍ ନାଚି ଯାଉଛି ସେବି, ରହିଣୀ ବୁକେ ବେଦନାଦେଇ,
ବରଷା ଆଜି ନାୟିକା ସାଜିଛି, ନର୍ତ୍ତକୀ ପାଦ ନୂପୁର ନେଇ,
ତୁମେ ତ ପାରିଲନି ବୁଝି
ତୁମ ଛବି ଦେଖ୍ ଦେଖ୍,ଆଖ୍ ଲୁହ ସାରିଛି,ତୁମପାଇଁ ଲେଖୁ ଲେଖୁ,
କଲମ ମୋ ହାରିଛି, ଆଉ ନାହିଁ ବୟସ ମୋ,ତୁମ ପାଇଁ ଝୁରିବାକୁ,
ଆଉ ତ ଫୁଟେନା ଫୁଲ,ଫୁଟି ପୁଣି ସୁଖୁକୁ!
ତୁମ ପ୍ରୀତି ପଥେ ସଖୀ,କଣ୍ଟ୍ରା ସବୁ ମାଡିଛି,ତୁମ ଛବି ଦେଖ୍ ଦେଖ୍,
ଆଖ୍ ଲୁହ ସାରିଛି,,, ତୁମ ଗୀତ ସୁର କାହିଁ,ଆଉ ମନେ ପଡେନା,
ତୁମ କଥା କେଇ ପଦ,ଆଉ କାହିଁ ଶୁଭେନା / ଦୁଃଖ ଶୁଣିବାର,
(ଯାହା ଥିଲା)
ସବୁ କିଛି ପାଇଛି,ତୁମ ଛବି ଦେଖୁ ଦେଖୁ,ଆଖ୍ ଲୁହ ସାରିଛି,,
ମୁ ଜାଣିନି ମୋ
ଭଲପାଇବା ପ୍ରତି ତୋ ମନରେ କ'ଣ ଅଛି.
ଘୃଣା କିମ୍ବା ପ୍ରେମ. କିନ୍ତୁ ମୁଁ ଏତିକି ଜାଣିଛି, ତୁ ମୋ ହୃଦୟରେ,
ଛୋଟ ଘରଟିଏ କରି ସାରିଛ। ସେଥ୍ପାଇଁ ତେ, ପ୍ରେମରେ ମୁଁ ପାଗଳ
ମୋର ତ ମନେ ନାହିଁ
ଆମେ ପ୍ରେମୀ ଥିଲେ, କି ନଥିଲେ ଜାଣେନା,
କିନ୍ତୁ ଏମିତି କାହିଁକି ଲାଗେ,
ତୁମକୁ ଚିହ୍ନିଛି ମୁଁ କେତେ ବରଷ ଆଗରୁ!
ବରଷ ନୁହେଁ ଗୋ,
ଜାଣିଛି ତୁମକୁ ସତେ ସାତ ଜନମରୁ!
ତୁମେ କିବା ବିଶ୍ବାସ କର ଜନ୍ମ ଜନ୍ମାନ୍ତର କଥା.......!
ପ୍ରେମ,
ହୃଦୟ ରେ ହୃଦୟ ମିଳନ,ମନ ରେ ମନ ର ମିଳନ,
ଆତ୍ମା ରେ ଆତ୍ମ ସମ୍ମିଳନ,,
ଶରୀର ଓ ଇଚ୍ଛା ର ମାଦକତା ଠାରୁ,ବହୁତ ଉର୍ଷ ରେ, କାମ କାମନା ର,
ସୀମା ଠାରୁ ଆହୁରି ବିଶାଳ,ପ୍ରେମର ସେ ଦିବ୍ୟ ସାମ୍ରାଜ୍ୟ,,,
ଖାଲି ପାଇବା ର ଆଶା ନୁହେଁ,ଦେଇ ଦେବା ର ପ୍ରବଳ ଲାଳସା,
ସେଇ ସତେ ପ୍ରେମ ପରିଭାଷା,,
ମିଛ ହେଉ ପଛେ, ଏଇମିତି ଯଦି କିଏ,
ପ୍ରିୟ ବୋଲି ଡାକି ଦିଏ ପ୍ରିୟତ୍ତମା ମୋର,
ସାତ ଜନମର ସଫଳତା ପାଇଁ, ଜନମିବି ବାର ବାର.!
ତାର ନରମ ବାହୁର ଫାଶେ ଧରାଦେଇ. ଭୁଲି ଯିବି ସବୁ ଦୁଃଖ!
ତାର ଗୋଲାପି ଅଧରେ, ହସ ଧାରେ ପାଇଁ,ର ଢାଳି ଦେବି ସବୁ ସୁଖ,
ସେଇ ଦିନଟିର ସଫଳତା ପାଇଁ ଜନମିବି ବାର ବାର.!
ତାର ସରମି ଆସ୍ର ସ୍ବପ୍ନ ଟିଏ ହୋଇ,ରହିଥ୍ବି ସବୁଦିନ,ତାର କୋକିଳ କଣ୍ଠରେ ରାଗ ଟିଏ ହୋଇ, ଗୁଞ୍ଜରିବି ଚିର କାଳ,
ସେଇ ମୁହୁର୍ଭର ସଫଳତା ପାଇଁ,
ଜନମିବି ବାର ବାର...
"ଜୀବନ ସାଥୀ"
ଜୀବନର ମୋର ଶୁଷ୍କ ଉପବନେ, ଆସିଲ ବସନ୍ତ ହୋଇ,
ନବ ପଲ୍ଲବେ ଭରି ଦେଇଗଲ. ମଳୟ ପରଶ ଦେଇ!
ନିସଙ୍ଗ ଜୀବନେ ସଙ୍ଗ ଦେଇଗଲ, ରଙ୍ଗ ଭରିଗଲ ଜୀବନେ,
ମୁମୁର୍ଷୁ ପ୍ରାଣରେ ଜଗାଇଲ ତୁମେ, ଜିଇଁବାର ଆଶା ଏମନେ!
ଫୁଲ ଫୁଟିଗଲା ପାଦପେ ପାଦପେ, କେତେ ଯେ ରଙ୍ଗ ନେଇ,
ନବ ପଲ୍ଲବେ ଭରି ଦେଇଗଲ........
ସବୁକିଛି କିଣିବାକୁ ମିଳୁଛି, ଥରେ ଯଦି ଦେଖୁ ଥାଆନ୍ତି,
ହୁଏତ ବୁଝି ଯାଇଥାଆନ୍ତ. ଏ ମନର ଦରଦକୁ!
ହେଲେ କିଏବା ଦେଖୁଛି ଏଇଠି, ଦି କଉଡି ମୂଲ୍ୟର ଦରଦି ହୃଦୟକୁ
ମନରେ ତ ଭରିଛି, ଆହୁରି ଅନେକ ଭୋକ, ପ୍ରେମବିନା ଜିଇଁବା ସହଜ ଏଇଠି,
ଯଦି ମିଳିଯାଏ ଧନ, ମାନ, ଆଉ କ୍ଷମତାର ଅମାପ ସମ୍ପତ୍ତି!
ପ୍ରେମରେ କି ପେଟ ପୁରେ |
ଅବା ପୁରିଯାଏ ଯେତେସବୁ, ମନ ଅଭିଳାଶ
କଣ ବା ରହିଛି ପ୍ରେମରେ, ବିନା ପ୍ରେମ ସବୁ କିଛି ମିଳିଯାଏ
କିଣିବାକୁ ଦୁନିଆ ହାଟରେ,
କିଛି ଧନ ବଦଳରେ !
' ଲୁଚକାଳି
ମୁଁ ଜାଣେ, ତୁମେ ଜାଣ,ହେଲେ, ସବୁକିଛି ଜାଣି ଶୁଣି,
ନିତି ନିତି ଏଇମିତି କିଛି ନ ଜାଣିବାର,ଏଇ ତୁମ ବାହାନା,,,,,,
ସତରେ, ଭାରି ଭଲଲାଗେ, ନିତି ଦିନ ଏଇ ଲୁଚକାଳି ଖେଳ,
ଲୁଚିବାର ଜାଗାଁ ଜାଣି ଜାଣି,ଆଖୁ ବୁଜି ଖୋଜିବାର ଅଭିନୟ,
ସାଥ୍କୁ ଟିକେ ହସାଇବାର ବାହାନା,ସତରେ ବଡ ରୋମାଞ୍ଚକ ଲାଗେ ।
ବୋଧ ହୁଏ,
ଏଇ ଲୁଚକାଳି ଖେଳର ନାଆଁ,ପ୍ରେମ ବୋଲି କୁହାଯାଏ
ସାଥୀ ପ୍ରିତି,
ଯେଉଁ ଦିନ ତୁମେ ଭରି ଦେଇ ଗଲ, କେତେ ଯେ ସପନ, ମୋର ଜୀବନେ,
ସେଇ ଦିନୁ ସାଥୀ ପରଜାପତି ର ଡେଣା ଲାଗି ଗଲା ଏଇ ମୋ ମନେ,
ସାତ ସପନ ମୋ ସତ ପରି ଲାଗେ, ମନ ଗହନରେ ନିତି ଫୁଟଇ ଫୁଲ,
ସାଥୀ ତୁମ ବିନା ଜୀବନ ମୋହର, କୁମୁଦ ବିହୁନେ କିବା କଇଁ ର ମୂଲ. !
ନିଜକୁ ନିଜେ ମୁଁ ଭୂଲି ସାରିଲିଣି, ତୁମ କଥା ବସି ଭାବେ ମୁଁ ନିତି,
ଭଲ ପାଇବାରେ ଏତେ ଯଦି ପିଡା, ଏଇ ମିତି ସହୁବି ମୁଁ ଦିନ ରାତି. !
ଗୋଟିଏ ଜୀବନ ଉଣା ମୋଅ ପାଇଁ, ଆମେ ସାତ ଜନମ ର ସାଥୀ,
ସବୁ ଜନମ ରେ ତୁମକୁ ଚାହିଁବି ଅମର ହୋଇବ ଆମର ପ୍ରିତି !
ଜୀବନ ସାଥୀ
ତୁମଠୁ ଆରମ୍ଭ ସଂସାର ମୋହର, ତୁମେ ସାଥେ ଥିଲେ ଦୁଃଖର ଶେଷ,,
ତୁମକୁ ପାଇ ମୁଁ ପାଇଅଛି ସବୁ, ମନେ ନାହିଁ କିଛି ଅବଶୋଷ !
କେବେ ଯଦି କିଛି ଭୂଲ କରିଦିଏ, କହି ଦେବ ମୋତେ ସତ କରି,
ରାଗ ରଖୁନି ମନରେ ତୁମର, ସଜାଡି ନେବି ମୁଁ ଉଜୁଡା ଡୋରି !
ଜୀବନର ଏଇ ଚଲାପଥେ ସାଥୀ, ଯେବେ ପାଦ ମୋର ଥକି ଯିବ...
ଆଉଜାଇ ନେବ ଛାତିରେ ତୁମର, ମଥାରେ ମୋ ପ୍ରିତି ପରଶ ଦେବ !
ତୁମେ ମୋର ପ୍ରିୟ ମୁଁ ପ୍ରିୟତମା, ତୁମ ସଙ୍ଗେ ପଥ ଚାଲୁ ଥ୍ବି,
ତୁମ ହୃଦୟର ରାଜ ଉଆସରେ, ତୁମ ମନ ରାଣୀ ସାଜି ଥିବି !
ମାଗିବନି କେବେ ସରଗର ଚାନ୍ଦ. ଅବା ସୁନା ରୂପା ହୀରା ମୋତି,
ଲିଭି ଯାଉ ମୋର ଜୀବନର ଦୀପ, ହସି ଖୁସି ତୁମ କୋଳରେ ସାଥୀ !
ଶେଷ କଥା
ଏଇ ଜନମରେ ତୁମ ସାଥୀ ମୁଁ ହୋଇତ ପାରିଲି ନାହିଁ,
ଆର ଜନମ ରେ ହେବି କି ନ ହେବି କିଛି ମୋତେ ଜଣା ନାହିଁ !
ତୁମେ କହିଥିଲ ଭୁଲି ଯାଅ ସଖୀ ଭୁଲି ପାରୁନାହିଁ ମୁହିଁ,
ତୁମ ଖୁସି ପାଇଁ ତୁମକୁ ଛାଡିଲି, ଏବେ ଦିଅ ମୋତେ ବିଦାଇ !
ଖୋଜିବନି ମୁଁ ରହେ ବା ନ ରହେ. ହେବ ଶୁଣି ତୁମେ ଖୁସି,
ଏକା ଏକା ଯେବେ ଭାବିବ ମୋ କଥା, ଭିଜାଇବ ନାହିଁ ଆଖ.......
No comments:
Post a Comment