କଥା ଦେଇ ଭୁଲି ଗଲ
କଥା ଦେଇ ଥିଲ ଆଖ୍ ରେ କେବେ ମୋ. ଲୁହ ଟୋପେ ଦେବ ନାହିଁ,
ଆଜି ଲୁଚି ଲୁଚି କାନ୍ଦୁ ଅଛି, ଏକା କେହି ଦେଖିବାକୁ ନାହିଁ...
ମୋ ଆଖୁ ରେ ଲୁହ ଦେଖିବନି ବୋଲି, ନିତି ଦେଉ ଥିଲ ବୁଝାଇ,
ଆଜି ବୋହି ଯାଏ ଶ୍ରାବଣ ର ଧାର, କାନ୍ଦୁଛି ଲୁଚାଇ ଲୁଗାଇ,
କୁମୁଦିନୀ ଏଠି ଚାହିଁଛି ଆକାଶେ...,
ପ୍ରିୟ ତୁମ ପଥ ଚାହିଁ,
ଏକୁଟିଆ ମନ ଖୋଜୁଛି ତୁମକୁ, ଖୋଜି ଖୋଜି ପାଉ ନାହିଁ,,,
କାହିଁକି, କେଜାଣି କଥା ଦେଇ ତୁମେ ନାହିଁ, କଥା ତ ରଖୁ,
କହି ଯାଇ ଥିଲ ଆଖ୍ ରେ କେବେ, ଲୁହ ଟୋପେ ଦେବ ନାହିଁ,,
ମୁଁ ବେଶ୍ ବୁଝେ ତୁମ ଭାଷା, ଆମ ପ୍ରେମ,,
ତୁମେ ବି ପାରୁଛି ଜାଣି,ଏ ମନର ଟିକିନିଖ୍ ଖବର ରଖୁଛି,
ହେଲେ, କାହିଁକି ଦୂରେ ତୁମେ ମୋ ଠାରୁ, ମୁଁ ତୁର୍ମ ଠାରୁ.
ଏ ସମାଜ ତ ସବୁ ଦିନ ଏଇମିତି,ଈର୍ଷାପର ତୁମ, ମୋ ପ୍ରେମ ର,
ସତେ ଅବା ଠେକା ନେଇ ଅଛି,ସବୁରି ଭୁଲ ଠିକ୍ ର ହିସାବ ଜାଣିଛି,
କେଉଁ ଯୁଗର ମାଦଳା ପାଞ୍ଜି ରୁ, ତୁମ ମୋ ଭୁଲର ପ୍ରାୟଶ୍ଚିତ ର,
ଉପାୟ ଖୋଜିବ, ଦୁଇ ହୃଦୟ ର ପ୍ରେମ କେତେ ଦିନ କହ,
ସମାଜ ଆଖରେ ସର୍ବଦା ଏଇମିତି,କଣ୍ଟା ହେଉଥିବ?
ଚାଲ ପ୍ରିୟେ ଆମେ ଚାଲି ଯିବା,ଦୁରେ ବହୁ ଦୂରେ ଦିଗ୍ବଳୟ ର ସେ ପାରିକୁ,ଯେଉଁଠି ନ ଥ୍ବ ଏ ସମାଜର ଦାଦାଗିରି,
ଯେଉଁଠି ନ ଥୁବ ଇର୍ଷା ପରାୟଣ,ସମାଜ ର ନାଲି ଆଖୁ,
ଆମେ ବଞ୍ଚିବା କେବଳ ଆମରି ପାଇଁ,ତୁମ ମୋ ପ୍ରେମ ପାଇଁ,
ଆମେ ଲୈଲା ମଜନୁ କିମ୍ବା ହିର୍ ରାଞ୍ଝା ପରି,ପ୍ରେମ ପାଇଁ ଶହୀଦ ହେବାନି,
ଆମେ ଲଢିବା ପ୍ରେମ ପାଇଁ,ଆଗାମୀ ପିଢି ପାଇଁ ଲଢିବା ର,
ଶିଢି ରଖ୍ ଯିବା......!
ପ୍ରିୟ ପଥ ଚାହିଁଛି
ଆଖୁରୁ ବୋହୁଛି, ଲୋକି ର ଧାର, ଝର ଝର କରି ଯାଏ ଝରି..!
ଶ୍ରାବଣ ଆଣିଛି ତୋ ପ୍ରିୟା ଆଖରେ, ବରଷା ଧାରାର ଲୋତକ ଦେଇ,
ଅଦିନିଆ ଝଡ ହୋଇ ଚାଲି ଥିଲ, ହୃଦୟ କୁ ଦେଲ ଦୋହଲାଇ,
ସରିବ କେମିତି ଏ ଆଖର ଲୁହ, ମନ ବେଦନାକୁ ଧୋଇ ଦେଇ.....!
ତୁମେ ଯଦି ପ୍ରିୟ ମୋର ମନ କଥା, କେବେ ହେଲେ ତୁମେ ବୁଝ ନାହିଁ,
ଅମାନିଆ ଏଇ ଶ୍ରାବଣର ଧାରା, ତୁମ ବିନା ମୁଁ ଯେ ପାରୁନି ସହି,
କୁହ କିଏ ଆଉ ଅଛି ଏ ଜୀବନେ, ବୁଝି ଯିବ ମୋର ମନ ବେଦନା,,
ମୁଁ ତୁମ ପ୍ରେୟସୀ ତୁମେ ପ୍ରିୟତମ, ନିରିଦୟୀ ପ୍ରିୟ ଭୂଲି ଯାଅନା,,
ତୁମ ପାଇଁ ଲେଖୁଛି
ଆଗୋ ସାଥ୍, ତୁମରି ବିରହ ତୁମରି ପ୍ରୀତି,
ଧରାଇ ଦେଇଛି ଲେଖନୀ ମୋ ହାତେ,ତୁମରି ପାଇଁ ଲେଖୁଛି ଆଜି,
ଆମରି ପ୍ରଣୟ ଗୀତି, ତୁମରି ପ୍ରେମରେ ଭାସି,ତୁମରି ମାନରେ ରୁଷି,
ହସିଛି କେତେ ମୁଁ ତୁମରି ହସରେ,ଢାଳୁଛି କିନ୍ତୁ ଅନେକ ଲୁହ,
ଏଇ ନିରିଜନେ ବସି, ତୁମେ କି ଦେଖୁଛ ଜାଣେନା,
ତୁମ ପ୍ରେମେ ମନ ବୁଝେନା,ମୋ ଅତୀତ ପ୍ରୀତି ସ୍ମୃତି,
ମନେ ପଡେ ଯଦି ସବୁ ମୁଁ ପାଇବି,ଆଉ ଜୀବନେ କିଛି ମୁଁ ଚାହେଁ ନା,,
*** ମାନ ଅଭିମାନ ***
ଅଭିମାନ କରି କେବେ ଯଦି କିଛି, କହି ଦେଇ ଥାଏ ମୁହି,
ରାଗ କରି ବନି ମନେ ପଡ଼ି, କଥା ମୋ ଧରିବ ନାହିଁ,
ସାତ ଜନମର ସାତୋଟି ଶପଥ, ମନେ ଅଛି ସବୁ ମୋର,
ଭୁଲି ଯିବା ଆମେ ମାନ ଅଭିମାନ, ଗଢିବା ସୁଖ ସଂସାର,,
ତୁମ ସଙ୍ଗୀନି ସୁଖରେ ଦୁଃଖରେ, ସାଥେ ଚାଲୁ ଥିବି ପଥ,
ସାଥୀ ହୋଇ ଆମେ ସଂସାର ଗଢିବା, ଏଇ ତ ଆମ ଶପଥ,,,,
ପ୍ରେମିକାର ଆଖ୍
ଚଞ୍ଚଳ ହରିଣୀର ଆଖ୍, ମନକୁ ଛୁଇଁ ଗଲା ପରି ଆଖୁ,
ମରମକୁ ବାରମ୍ବାର ଦୋହଲାଇ ଦିଏ, ଯେ ପର୍ଯ୍ୟନ୍ତ.
ହୃଦୟରୁ ପ୍ରଣୟର ମଧୁ. ବୁନ୍ଦା ବୁନ୍ଦା ଝରି ନଆସିଛି, ଆଖ୍
ନୀଳ ସମୁଦ୍ର ପରି ଆଖୁ,ଏତେ ଗଭୀର ଯେ ମାପି ହୁଏନାହିଁ,
ନପଢି ବି ବୁଝି ହୁଏ, ସେ ଗଭୀରତା
ତାର ପ୍ରେମ ଠାରୁ ଅଳ୍ପ କମ୍ ଆଖ୍, ପ୍ରେମିକାର ସନ୍ଦେହ ଭରା ଆଖ୍
କଟାକ୍ଷରେ ହାଣିଦେଲା ପରି,ମରମକୁ ବାରମ୍ବାର ଆଘାତ କରେ,
କ୍ଷତ ବିକ୍ଷତ କରେ, ଯେ ପର୍ଯ୍ୟନ୍ତ ହୃଦୟ ଲହୁ ଲୁହାଣ ନ ହୋଇ ଯାଏ,,
ଆଖ୍ କେବେ ନଇଁ ଯାଏ ସ୍ମିତହସ ପରି, ବିନା ଶବ୍ଦ ସମ୍ମତିର ଆଖୁ,
ନ ଡାକି ଡାକିନିଏ, ନକହି, କହିଯାଏ, ସମ୍ମୋହିତ କରିଯାଏ,
କିଣି ନିଏ ଏ ତନୁ ମନ,ସେଇ ଦୁଇ ଆଖ୍,
ପ୍ରେମିକାର ମାୟାବିନୀ ଆଖ୍..
ପ୍ରେମ
ହଁ, ପ୍ରେମକୁ ତୁମେ,ବନ୍ଧନ କହି ପାର,
ହେଲେ ପାରିବ କି କହି,କିଏ କାହାକୁ ବାନ୍ଧିଛି, ପ୍ରେମରେ କେବଳ ଥାଏ,
ଦୁଇ କୁ ଏକ କରିବା ର ସୁତ୍ର,ଏକ ଯୋଗ ଏକ,ଦୁଇ ହୁଏନା ଏଇଠି,
ଏକ ଯୋଗ ଏକ ଏକ ହିଁ ହୁଏ ବିଚିତ୍ର ଏ ପ୍ରେମ ର ଗଣିତ...
ଦୁଇ ମନ, ଦୁଇଟି ହୃଦୟ,ଦୁଇ ଆତ୍ମା ଓ ଦୁଇଟି ଶରୀର,
ଏକ ଆରେକ ରେ ମିଶେ,ଏକମନ, ଏକ ହୃଦୟ,
ଏକାମ୍, ଏକ ଶରୀର,ଅର୍ଦ୍ଧାଙ୍ଗ ଏକ ଆରେକ ର....
ତୁମେ
ମଧୁ ପିଇବାକୁ ଚାହେଁନା ଆଗୋ. ଯଦି ତୁମ ଓଠ ଚୁମି ଯାଏ,
ଗୀତ ଶୁଣିବାକୁ ଚାହେଁନା ଏ ମନ. ଯଦି ତୁମ ଆଖ୍ କିଛି କୁହେ....!!
ଫୁଲର ମହକେ ମାନେନା ଏ ମନ ତୁମ ମାଦକତା ବିନା,ତୁମ ଓଠ ଯଦି, କହେ ଦୁଇ ପଦ. କି କରିବି କୁହ ବୀଣା, ତୁମ କଣ୍ଠର ମଧୁ ଝରା ସୁର,
ବୀଣା କୁହ କାହିଁ ଦିଏ,ଗୀତ ଶୁଣିବାକୁ ଚାହେଁନା ଏ ମନ, ଯଦି ତୁମ ଆଖ୍ କିଛି କୁହେ, ଝରଣାର କୁଳୁ କୁହୁକ ଶବଦ, ତୁମ ନୂପୁର ର ଛନ୍ଦ,
ପାଗଳ ଆଜି ମୁଁ ତୁମ ଲାଗି ସଖୀ, ତୁମରି ରୂପର ଗନ୍ଧେ, ତୁମରି ଦେହର ସୁଗନ୍ଧି ମହକ, ମଳୟ କି ଦେଇ ପାରେ,
ମଧୁ ପିଇବାକୁ ଚାହେଁନା ଆଗୋ, ଯଦି ତୁମ ଓଠ ଚୁମି ଯାଏ...
ପ୍ରିୟା ଓ ଜହ୍ନ
ଜହ୍ନକୁ ଦେଖିଲେ, ମନ କେବେ, ଆନମନା ହୋଇଯାଏ,
ପ୍ରିୟରେ ଜହ୍ନକୁ ଦେଖେ, କେବେ ପୁଣି. ଜହ୍ନରେ ପ୍ରିୟାକୁ ଖୋଜୁଥାଏ,
ଜହ୍ନ ଠାରୁ ମୋ ପ୍ରିୟା ସୁନ୍ଦର, ଅତି ଆପଣାର,ଜହ୍ନ କାହିଁ କେତେ ଦୁରେ,
ଆଖୁ ପାଏନାହିଁ, ହେଲେ, ମୋ ପ୍ରିୟା ସବୁବେଳେ,
ମୋ ମନେ ମୋ ହୃଦୟରେ ଥାଏ,,,,,
'ଜୀବନ'
ହାରିଯିବା, ଜୀବନ ନୁହେଁ ବନ୍ଧୁ. ହାରିବା ତ ଜିତିବାର ସପନ ଜଗାଏ.!
ହାରିବାରୁ ଶିଖୁନିଅ ଜିଇଁବାର କଳା,ସିଏ ଜିତେ,ଯିଏ ହାର ଜିତ୍ ର ଏଇ ଜୀବନକୁ ଧୈର୍ଯ୍ୟରଖ୍ ଖେଳିଯାଏ....
'ତୁମେ ବୁଝିଲନି'
ତୁମ ଛବି ଦେଖ୍ ଦେଖ୍ ଆଖ୍ ଲୁହ ସାରିଛି,ତୁମପାଇଁ ଲେଖୁ ଲେଖୁ କଲମ ମୋ ହାରିଛି,,,
ଆଉ ନାହିଁ ବୟସ ମୋ ତୁମପାଇଁ ଝୁରିବାକୁ,ଆଉ ତ ଫୁଟେନା ଫୁଲ ଫୁଟି ପୁଣି ଝରିବାକୁ,,,
ତୁମ ପ୍ରୀତି ପଥେ ସଖୀ କଣ୍ଟା ସବୁ ମାଡିଛି,ତୁମ ଛବି ଦେଖୁ ଦେଖ୍ ଆଖ୍ ଲୁହ ସାରିଛି,
ତୁମ ଗୀତ ସୁର କାହିଁ, ଆଉ ମନେ ପଡେନା,ତୁମ କଥା କେଇ ପଦ ଆଉ କାହିଁ ଶୁଭେନା,,
ଦେଖ୍ ବାର ଶୁଣିବାର ଯାହା ଥିଲା ସରିଛି,ତୁମ ଛବି ଦେଖୁ ଦେଖ୍ ଆଖ୍ ଲୁହ ସାରିଛି,,
ସମ୍ପର୍କ
ବନ୍ଧନ ଏ କେତେ ଯେ କୋମଳ,ସରମୀ ଲତା ଟିଏ ସତେ,
ଗୁଡେଇ ତୁଡେଇ ହୋଇ,ଅଙ୍ଗ ସଙ୍ଗ ପାଇଁ,, ସତେ ଅବା ଅବା ଲୋଡୁ ଥାଏ,
ପ୍ରେମୀ ହୃଦୟ କୁ., !
ବନ୍ଧନ ଏ ପାରଦର୍ଶୀ କାଚଘର,ଟାଣ ତ ବହୁତ, ହେଲେ,
ଭାଙ୍ଗି ରୁଜି ଟୁକୁଡା ଟୁକୁଡା ହୁଏ, ଛୋଟ ଏକ ସନ୍ଦେହ ର,
ଗୋଡି ବାଜି ଗଲେ, !!
'ମାୟା ସଂସାର'
ବିଚିତ୍ର ଏ ଦୁନିଆ, ବିଚିତ୍ର ମଣିଷ, ଜୀବନ ନାଟକର,
ଆମେସବୁ ବିଚିତ୍ର ଚରିତ୍ରଟିଏ, ଜଣେ ଜଣେ ଅନାଡି କଳାକାର,
ବିଚିତ୍ର ତୋ ମାୟାର ସଂସାର,
ହେ କଳା ଠାକୁର ତୁ ବଡ ନାଟ୍ୟକାର । ଧନ୍ୟ ତୋର ଲୀଳା ଖେଳା,
ନିର୍ମୋହି ପରି ବସିଛୁ,ହେଲେ ତୋତେ ସବୁ ଜଣା,
କିଏ ଏଠି ପର ଆଉ କିଏ ଆପଣାର, ସବୁ ମିଛ ମାୟା ଏଠି ମାୟାର ସଂସାର, ||
ମିଛ ଏ ଦୁନିଆ ସାରା,ମିଛ ମାଟିର ଶରୀର,ମିଛ ମାୟାର ସଂସାର,
ମାୟାର ବନ୍ଧନ ସବୁ, ମାୟା ଏଇ ଘର, ଏକା ଏକା ଆସିଅଛୁ ଏକା ଯିବୁ ଚାଲି,
ରହିଯିବ ପଛେ ତୋର ଯେତେ ଯାହା ସଞ୍ଚିଛୁ, ସରିଗଲେ ଲୀଳା ଖେଳା ଯିବୁ ଏକାହୋଇ,
ରହିଯିବ ପଛେ ତୋର ନାଆ ସ୍ମୃତି ହୋଇ!!
'ପ୍ରେମର ମୂଲ୍ୟ'
ଭଲ ପାଇବାର ମାନେ କଣ ଖାଲି ଝୁରି ମରିବା,ମାନ ଅଭିମାନ ରାଗ ରୁଷା ଆଉ ମନ ମାରିବା.!
ବିରହ ମିଳନ, ମନର ବନ୍ଧନ ପ୍ରେମର ନାଆଁ,ଅଳିକ ନୁହେଁ ତ ପ୍ରେମର ମୂଲ୍ୟ ବିରହ ନିଆଁ.!
ପ୍ରେମ ନୁହେଁ ଖାଲି କାମ କାମନାର ଦେହର ସୁଖ,ଆତ୍ମାରେ ଆତ୍ମାର, ହୃଦୟେ ହୃଦୟ ମିଳନ ଦେଖ!,!
ଦୁଇ ମନ ଯଦି ଏକାଠି ହୁଅଇ ଯାଏନା ତ୍ରୁଟି,ଦୁଇ ଧାର ଯଦି ଏକାଠି ମିଶଇ ଯାଏନା ଫିଟି!
ଏକ ବିନା ଆନ ଜଳ ବିନା ମୀନ ପ୍ରାଣ ବନ୍ଧନ,ପ୍ରେମ ବିନା ସିନା ଦେହ ବଞ୍ଚି ରହେ ମରଇ ମନ,!
ସାଗର ସଙ୍ଗମ ଲଭିଲେ ସରିତ ପାରେନା ଖସି,ପ୍ରେମ ସେଇମିତି ଏକରେ ଆରେକ ଯାଏ ତ ମିଶି,!
ତୁମ କଥା ଭାବୁଛି
ନିରିଜନ ଏଇ ଶିତ ସକାଳରେ, ତୁମ କଥା ବସି ଭାବୁଛି,
ତୁମରି ଛବିକୁ ଦେଖୁଛି,ଅଧା ଆଖୁ ବୁଜି ତୁମରି ସପନ ବୁଣୁଛି,!
ତୁମର ସେ ହସ, ମିଠା ମିଠା ବାସ,ତୁମରି ଦେହର ପରଶ,
ଦୁଷ୍ଟାମୀ ତୁମ ଘନନୀଳ, ନୀଳ ଆଖୁର,ଗୋଲାପି ତୁମର ହସ ନାଲି ନାଲି ଓଠର,କୋମଳ ତୁମରି ପରଶ ଖୋଜୁଛି,...
ମୋ ବାହୁ ବନ୍ଧନ ମୁକୁଳା ପଡିଛି,କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,
ଖୋଜୁଛି ତୁମକୁ ନିରିଜନ ଶିତ ରାତିରେ.....!
ତୁମେ ସିନା ନାହଁ ତୁମ ରୂପ ଦିଶେ ସ୍ବପ୍ନରେ,ତୁମେ ସିନା ନାହଁ ମୋ ବାହୁ ବନ୍ଧନେ, ତୁମକୁ ଧରିଛି ଛାତିରେ,ତୁମ ସ୍ଥିତି ଆଜି ନାହିଁ ମୋ ସାଥ୍ରେ,
ତୁମ ପ୍ରିତି ଅଛି ସ୍ମୃତିରେ,କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,
ଖୋଜୁଛି ତୁମକୁ ନିରିଜନ ଶିତ ରାତିରେ...! ଯେତେ ଦୂରେ ଥାଉ ଶରୀର ଆମର,ପ୍ରିତି ତ ରହିଛି ଏକ ଆରେକର ହୃଦରେ,! ପ୍ରେମ ପାଇଁ ଦୂର, ବେଶି ଦୂର ନୁହଁ,
ଚାନ୍ଦ କୁମୁଦିନୀ ଦେଖୁବା ଆମର ପ୍ରେମରେ,କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,ଖୋଜୁଛି ତୁମକୁ ନିରିଜନ ଶିତ ରାତିରେ.....!
'ଟିକିଏ ହସରେ'
ଟିକିଏ କଥାରେ ରୁଷିଯାଉ କିଆଁ, ହସିଦେଇ ପଦେ କହ,ଟିକିଏ କଥାରେ ମନ ମାରିଦେଲେ, ଦୁଃଖ କିବା ସରେ ହସିଦେଇ ଥରେ ସବୁକଥା ଭୂଲିଯାଅ,,,!
ଦୁନିଆଟା ନୁହେଁ ଏତେରେ ଜଟିଳ. ଟିକିଏ ହସରେ ସବୁତ ବଦଳି ଯାଏ,
ଧରି ବସିଥିଲେ ଛୁଞ୍ଚି ମୁନଲାଗେ. ପାହାଡ ସମାନ, ସମ୍ପର୍କକୁ ଜାଳି ଦିଏ..!
No comments:
Post a Comment