ପ୍ରେମ,,,
ଭଲପାଇବା ତାଙ୍କୁ ଦିଅ.. ଯିଏକି ତ ଦେହକୁ ନୁହେଁ..
ତୋ ହୃଦୟ. କୁ ଭଲପାଉଥିବ..
ତୋ, ହୃଦୟ ମନର ଭାଷାକୁ ବୁଝି ପାରୁ ଥିବ....
ତୋ ଆଖିରେ ଲୁହ, ଦେଖିଲେ..
ତାଙ୍କ.ହୃଦୟ କାନ୍ଦି ଉଠିବ..
ତୁମକୁ କଷ୍ଟ ହେଲେ ସେ ନିଜେ କଷ୍ଟ ଅନୁଭବ
କରି ପାରୁଥିବ..
ଏବଂ ପ୍ରତି ମୁହୂର୍ତ୍ତ ରେ ତୁମକଥା ଭାବୁଥିବ.....
ମନେପଡେ
ଯାହାପାଇଁ ଆଜି ଝରୁଛି ଲୁହ, କାହାକୁ ଦେଖେଇ ବି
ଏ ଉଦାସ ମୁହଁ ..
ମନେ ତ ପଡୁଛି ସେ କେଉଁଠି ଅଛି ... ଧାର ଧାର ଲୁହର
ଝରଣା ନିତି ଝରୁଛି ...
କଥାଦେଇଥିଲେ. ମୋତେ ଆସିବେ ବୋଲି …..
ତାଙ୍କ ଆସିବା ବାଟକୁ ଚାହିଁ ଚାହିଁ ବସି ରହିଗଲି...
ଜୀବନ ଠୁ ଅଧିକ, ମୁଁ ତାକୁଭଲପାଏ...
ବାଧାବିଘ୍ନ ଆସୁପଛେ ଭଲପାଉଥବି ଶେଷଯାଏ ।
'ଜୀବନ'
ହାରିଯିବା, ଜୀବନ ନୁହେଁ ବନ୍ଧୁ,
ହାରିବା ତ ଜିତିବାର ସପନ ଜଗାଏ...
ହାରିବାରୁ ଶିଖୁନିଅ ଜିଇଁବାର କଳା,ସିଏ ଜିତେ,
ଯିଏ ହାର ଜିତ୍ ର ଏଇ ଜୀବନକୁ ଧୈର୍ଯ୍ୟରଖ୍ ଖେଳିଯାଏ....!!
(କବିତା-'ରାତି ପାହିଲେ ସକାଳ ହୁଏ'ର ପଦେ)
'ତୁମେ ବୁଝିଲନି'
ତୁମ ଛବି ଦେଖ୍ ଦେଖ୍ ଆଖ୍ ଲୁହ ସାରିଛି,
ତୁମପାଇଁ ଲେଖୁ ଲେଖୁ🖊️🖊️ କଲମ ମୋ ହାରିଛି,
ଆଉ ନାହିଁ ବୟସ ମୋ ତୁମପାଇଁ ଝୁରିବାକୁ,
ଆଉ ତ ଫୁଟେନା 🌻🌻ଫୁଲ ଫୁଟି ପୁଣି ଝରିବାକୁ ।
ତୁମ ପ୍ରୀତି ପଥେ ସଖୀ କଣ୍ଟା ସବୁ ମାଡିଛି,
ତୁମ ଛବି ଦେଖ୍ ଦେଖ୍ ଆଖ୍ ଲୁହ ସାରିଛି,,
ତୁମ ଗୀତ ସୁର କାହିଁ ଆଉ ମନେ ପଡେନା,
ତୁମ କଥା କେଇ ପଦ ଆଉ କାହିଁ ଶୁଭେନା......!
ଦେଖ୍ ବାର ଶୁଣିବାର ଯାହା ଥିଲା ସରିଛି,
ତୁମ ଛବି ଦେଖ୍ ଦେଖ୍ ଆଖ୍ ଲୁହ ସାରିଛି......
ସମ୍ପର୍କ,
ବନ୍ଧନ ଏ କେତେ ଯେ କୋମଳ,ସରମୀ ଲତା ଟିଏ ସତେ,
ଗୁଡେଇ ତୁଡେଇ ହୋଇ,
ଅଙ୍ଗ ସଙ୍ଗ ପାଇଁ..
ସତେ ଅବା ଅବା ଲୋଡୁ ଥାଏ,ପ୍ରେମୀ ହୃଦୟ କୁ,
ବନ୍ଧନ ଏ ପାରଦର୍ଶୀ କାଚଘର,ଟାଣ ତ ବହୁତ, ହେଲେ
ଭାଙ୍ଗି ରୁଜି ଟୁକୁଡା ଟୁକୁଡା ହୁଏ ଛୋଟ ଏକ ସନ୍ଦେହ ର,
ଗୋଡି ବାଜି ଗଲେ......
ତୁମ କଥା ଭାବୁଛି.......
ନିରିଜନ ଏଇ ଶିତ ସକାଳରେ. ତୁମ କଥା ବସି ଭାବୁଛି,
ତୁମରି ଛବିକୁ ଦେଖୁଛି,,,,
ଅଧା ଆଖ୍ ବୁଜି ତୁମରି ସପନ ବୁଣୁଛି. ତୁମର ସେ ହସ, ମିଠା ମିଠା ବାସ,
ତୁମରି ଦେହର ପରଶ,...
ଦୁଷ୍ଟାମୀ ତୁମ ଘନନୀଳ, ନୀଳ ଆଖି ର,
ଗୋଲାପି ତୁମର ହସ ନାଲି ନାଲି ଓଠର,କୋମଳ ତୁମରି ପରଶ ଖୋଜୁଛି,
ମୋ ବାହୁ ବନ୍ଧନ ମୁକୁଳା ପଡିଛି,କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,
ଖୋଜୁଛି ତୁମକୁ ନିରିଜନ ଶିତ ରାତିରେ ।ତୁମେ ସିନା ନାହଁ
ତୁମ ରୂପ ଦିଶେ ସ୍ବପ୍ନରେ,ତୁମେ ସିନା ନାହଁ ମୋ ବାହୁ ବନ୍ଧନେ
ତୁମକୁ ଧରିଛି ଛାତିରେ, ତୁମ ସ୍ଥିତି ଆଜି ନାହିଁ ମୋ ସାଥ୍ରେ,
ତୁମ ପ୍ରିତି ଅଛି ସ୍ମୃତିରେ,
କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,ଖୋଜୁଛି ତୁମକୁ ନିରିଜନ ଶିତ ରାତିରେ ।ଯେତେ ଦୂରେ ଥାଉ ଶରୀର ଆମର,
ପ୍ରିତି ତ ରହିଛି ଏକ ଆରେକର ହୃଦରେ,ପ୍ରେମ ପାଇଁ ଦୂର, ବେଶି ଦୂର ନୁହଁ,ଚାନ୍ଦ କୁମୁଦିନୀ ଦେଖିବା ଆମର ପ୍ରେମରେ,
କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,
ଖୋଜୁଛି ତୁମକୁ ନିରିଜନ ଶିତ ରାତିରେ ।
ହୃଦୟ ମୋ ଯାଇଛି ତ ହଜି
ମନ ର ଝରକା ଖୋଲି ଦେଖିଲି ମୁଁ, କାହିଁ କେତେ ଦୂରେ,
ନୟନ ର ଆର ପାରେ, ହୃଦୟ ମୋ ଯାଇଛି ତ ହଜି....
ଖୋଜି ଖୋଜି ପାଉନି ମୁଁ,କିଏ ନେଇ ଗଲା ଅବା,
କାହାକୁ ମୁଁ ଦେଇ ଦେଲି,ନିଜ ଅଜାଣତେ.....
ଯାହା କୁ ମୁଁ ଦେଲି ଅବା. ଯିଏ ନେଲା ଚୋରି କରି,
ସିଏ କି ରଖୁବ ସାଇତି, ନିରିମାଖ୍ ହୃଦୟ କୁ ମୋର.?
ନା ହତାଦରେ ରଖ୍ ଦେବ. ଅସଜଡା କେଉଁ କୋଣେ
ଆଉ ଭୂଲି ଯିବ,କିଛି ନ ଜାଣିଲା ପରି.... |
ଯଦି କରେ ସେଇମିତି. କେମିତି ବଞ୍ଚିବି କହ..
ବିନା ହୃଦୟ, ପ୍ରେମ ଶୂନ୍ୟ..
ଏ ସାରା ଜୀବନ....!
No comments:
Post a Comment